'କ୍ଷତ ହୃଦୟ' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଦେଖେଇ ପାରୁନି ହୃଦୟ ଆଘାତ
କହି ପାରୁନି ମୁଁ ଦରଜ କେତେ,
ତୋ ପ୍ରେମରେ ଏ ହୃଦୟ
ପତଙ୍ଗ ପରି ଜଳୁଛି ସତେ ।

ରାଜନନ୍ଦିନୀ ତୁ କାହା ରାଜ ଉଆସର
ତୋ ପାଇଁ ମୂଲ୍ୟହୀନ ମୋ ପ୍ରେମ
ତୋ ବିନା ଏ ହୃଦୟ, ମରୁଭୂମିଠୁଁ ବି ହୀନ ।

ଉପେକ୍ଷା କରିପାର ପ୍ରେମକୁ ମୋର
ମୋ ପ୍ରତୀକ୍ଷାର ଅନ୍ତ ନାହିଁ,
ତୁମ ହୃଦୟରେ ଆଉକାହା ପ୍ରୀତି
ଏ ଛାତି ସହୁ ନାହଁ ।

Post a Comment

0 Comments