ମନେ ପଡେ ତମ କଥା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ରହି ରହି ପଡେ ଆଜି ବର୍ଷା ର ଏ ଛିଟା
ମନେ ମନେ ଉଙ୍କି ମାରେ ତୋ ଗୋଲାପି ମୁହଁଟା

ପରଦେଶୀ ମେଘ ଟିଏ ତୁ ଦୂର ଆକାଶେ
ତୋ କଥା ଥରେ ଭାବିଦେଲେ ଶ୍ରାବଣ ଲେଉଟେ।

ଚିହ୍ନା ଚିହ୍ନା ରାଇଜରେ ତୁ ଅଚିହ୍ନା ଫୁଲ
କେହି ପାଇ ନାହିଁ ତୋ ବଗିଚା ସଂଧାନ।

ଦୁଷ୍ଟ ହୁଏ ଭ୍ରମର ଯେବେ ତୋ ବାସ ଚହଟେ
କଷ୍ଟ ପାଏ ଏ ମନ ଯେବେ ତତେ ନଦେଖେ।

ଧାରାବାହୀ ଅବିରତ ତୁ ଗଙ୍ଗା ଯମୁନା
ତୋ ପ୍ରେମରେ ନାହିଁ ପ୍ରତାରଣା, ଛଳଣା।

ନିରବ ତୋ ଭାଷା ପୁଣି ଅବୁଝା ତୋ କଥା
ବୁଝି ଯାଆ ଥରେ ମୋ ମନର କଥା।


Post a Comment

0 Comments