ଚାହିଁ ଚାହିଁ ତୋ ପ୍ରେମର ବାଟକୁ
ନିରବେ ଗଲିଣି ଜଳି,
କେବେ ତୁ ବୁଝିବୁ ଏ ମନ ଭାବନା
ଭାବି ଭାବି ଯାଏ ଝଡ଼ି।
ତୁ ପ୍ରୀତି ଡାଳେ ମିଠା କୋଳି
ତୁ ଲାଜର ପିଚକାରୀ,
ମୋ ଦେହେ ଲାଗେ ଛିଟା ଛିଟା ରଙ୍ଗ
ମୁଁ ସରମେ ଯାଉଛି ବୁଡି।
ଆଖି ଆଖିରେ ତୋ ପ୍ରେମ ଚାଲେ
ତୋ ଇଶାରା ଘାଇଲା କରେ
ନିରୀମାଖି ତୋ ନୀରିହ ମୁହଁ ଟି
ବେଶି ବେଶି ପଡେ ମନେ।
0 Comments