ପ୍ରିୟା ତୋର ଛୁଆଁ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ପ୍ରିୟା ତୋର ଛୁଆଁରେ 

ମୋ ସ୍ପନ୍ଦନ ଗତି ବଢ଼ି ଯାଉଛି

ଧୀରେ ଧୀରେ ମୋ ଦେହକୁ

ତୋ ପ୍ରେମ ନିଶା ଚଢ଼ି ଯାଉଛି

ଚାହାଣିରେ ତୋର ମୌସୁମୀ ଆସେ

ଶୀତ ସକାଳରେ ମେଘ ବରଷେ

ଭାବନାରେ ମୋର ଭାଙ୍ଗୁ ଅଳସ

ଲାଜ ଲାଜ ମୁହଁ ଅସୁମାରୀ ହସ।

ମନ ତୋର ଏକ ଛୋଟ ପ୍ରଜାପତି             

ଉଡିଯାଏ  ଡେଣା ମେଲି ପରେ ନାହିଁ ଦେଖି 

ଦେଖିଦେଲି ତତେ ଯେବେ ଦୂର ଆକାଶରେ

ଏ ମନ ରହେନି ଆଜି ମୋ ପାଖରେ।

ପ୍ରେମର ଏ କେଉଁ ଋତୁ ଆସିଛି

ବିନା ବର୍ଷାରେ ମୁଁ ଆଜି ଭିଜୁଛି

ଫଗୁଣ ଦେଶରେ ବାନ୍ଧିଛି ବସା

ପ୍ରେମରେ ଏ କେଉଁ ନିଆରା ଆଶା

ଶୂନ୍ୟ ଶୂନ୍ୟ ଏଇ ହୃଦୟ 

ଆଜି ହୋଇଗଲା ପ୍ରେମ ଜର ଜର।




Post a Comment

1 Comments