ସମୟ ସ୍ରୋତରେ ସବୁ ରଙ୍ଗ ଧୋଇ ଯାଇଛି
ଅଢେଇ ଦିନର ରୂପ ଆକର୍ଷଣ
ଆସ୍ତେ ଆସ୍ତେ ମ୍ଳାନ ହୋଇଛି
ସମୟ ସ୍ରୋତରେ ସବୁ ରଙ୍ଗ ଧୋଇ ଯାଇଛି ।
ଯୌବନର ଅହଂ ଭାବନା, ବର୍ଦ୍ଧକ୍ୟରେ ଲୀନ ହୋଇଛି
ପ୍ରେମ ଚେହେରାରେ ନୁହେଁ ହୃଦୟରେ ଥାଏ
ତୋ ଅନୁତପ୍ତ ଆତ୍ମା କହୁଛି
ସମୟ ସ୍ରୋତରେ ସବୁ ରଙ୍ଗ ଧୋଇ ଯାଇଛି ।
ବୟସର ଅପରାହ୍ନେ ତୋ ଜୀବନ ଆଗତ
ମାଖିବାକୁ ଖୋଜୁ ପ୍ରୀତିର ପ୍ରତ୍ୟୁଷ
ବିଳମ୍ବେ ପ୍ରାୟେ ତୁ ବୁଝିଲୁ ପ୍ରେମ,
ଆକର୍ଷଣ କେବେ ହୋଇପାରିବନି ପ୍ରେମ।
ତଥାପି ଏ ଦୁନିଆ, ଆକର୍ଷଣର ପରିଧିରେ ରହିଛି
ସମୟ ସ୍ରୋତରେ ସବୁ ରଙ୍ଗ ଧୋଇ ଯାଇଛି ।

0 Comments