ତୁମେ ଆଖିରେ ଆଖି ମିଶେଇ ଯାଅ ଚାଲି
ହେଲେକି ମୁଁ ରହିପାରେ ତୁମକୁ ଭୂଲି,
ତୁମେ କହି ନାହଁ କେବେ ଓଠ ଖୋଲି
ତଥାପି ମୁଁ ଶୁଣିପାରେ ତୁମ ନିରବ ପ୍ରତିଧ୍ୱନି ।
ପ୍ରୀତି ବୋଳା ତୁମ ସେ ଚାହାଁଣି
ନିଜକୁ ପାରେନି ମୁଁ ଦୂରେଇ,
ଲାଜର ବୟସ ତୁମ ନିରବେ କହେ
ମନେ ମନେ ସେ କେତେଯେ ଚାହେଁ,
ସାମ୍ନାରେ ଯେବେ ମୁଁ ତୁମକୁ ପାଏ
ଆପେ ଆପେ ମୋ ସ୍ପନ୍ଦନ ବଢିଯାଏ ।
0 Comments