'ପ୍ରେମର ଆରଂଭ ହୁଏ' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଜାଣେ ନାହିଁ କାହିଁ ସାରାଦିନ ମୁଁ
ତୁମ ଭାବନାରେ ରୁହେ,
ସକାଳୁ ସନ୍ଧ୍ୟା ତୁମ କଣ୍ଠ ସ୍ୱର
ମୋ କାନେ ଗୁଞ୍ଜରିତ ହୁଏ,
ବୋଧେ ପ୍ରେମର ଆରମ୍ଭ ହୁଏ 
ତୋ ନାଁ ଶୁଣିଲେ ଚମକି ପଡୁଛି,
ସ୍ପନ୍ଦନ ମୋ ବଢ଼ିଯାଏ 
ବୋଧେ ପ୍ରେମର ଆରମ୍ଭ ହୁଏ ...... 

ଆଖି ତୁମକୁ ହିଁ ଖୋଜୁଥାଏ
ଓଠ ତୁମରି ଗୁଣକୁ ଗାଏ,
ଦୂର ଜହ୍ନ ଟିଏ ତୁ ପ୍ରେମ ଆକାଶରେ
ଏ ମନ ତୋ ପାଖରେ ରହିଥାଏ
ବୋଧେ ପ୍ରେମର ଆରମ୍ଭ ହୁଏ .......

ଯୁଆଡେ ମୁଁ ଚାହୁଁଥାଏ 
ତୋ ଛବି ପ୍ରତୀତ ହୁଏ,
ତୋ ଗିଲାପୀ ମୁହଁରେ ଲାଜର କିରଣ
ମୋ ଆଖିରେ ଝଲସୀ ଯାଏ
ବୋଧେ ପ୍ରେମର ଆରମ୍ଭ ହୁଏ ......

Post a Comment

0 Comments