ଧିରେ ଧିରେ ବଢେ ପବନ ଗତି
ମୋ ପ୍ରିୟାର ଦେଶରେ ବାତ୍ୟାର କରାଳ ସ୍ଥିତି ।
ହୃଦୟ ରାଣୀ ମୋ ରହିଲା ଦୂରେ
ତା ଭାବନାରେ ମୁଁ ଏଠି ମରେ ।
ବରଷା ଛେଚୁଚି ତୁଆକୁ ତୁଆ
ଘଡଘଡ଼ି ଡାକରେ ମୁଁ ଚମକେ ନୂଆ ।
କେମିତି ଥିବ ମୋ ଘରମଣୀ
ତା ଚିନ୍ତା ମୋତେ ଅଧିର କଲାଣି ।
ଭାରି ଅବୁଝା ଏ ପ୍ରେମିକ ମନ
କେମିତି ଟଳିବ ଏ ବର୍ଷା, ପବନ ।

0 Comments