ତମ ନିରବତା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

 ଯେତେଥର ତୋତେ ଚାହୁଁଥାଏ

ସେତେ ତୋ ପ୍ରେମ ମୋ ହୃଦୟ ଛୁଉଁଥାଏ ।

ପ୍ରେମର ଆଭାସ ଦିଏ ତୋ ଦୁଇ ଆଖି

ଓଠରେ କହିନୁ,

ହେଲେ ଆଖିରେ ଦେଉଛୁ ଲେଖି ।

ତଥାପି ବୁଝେନି ଏ ପ୍ରେମିକ ମନ

କରିବୁ କେବେ ତୁ ପ୍ରେମ ନିବେଦନ ।

ସବୁବେଳେ ମୁଁ ତୋ ପାଖେଥାଏ

ତୋରି ଖୁସିରେ ହସୁଥାଏ  ।

ତୋବିନା ବୁଝେନି କିଛି ଏ ମନ

ପୂର୍ଣ୍ଣମୀ ଜହ୍ନ ବି ତୋ ଆଗେ ହୀନ ।

ଗେଲ୍ଲେହୀ ରାଣୀ ମୋ ଅଭିମାନିନୀ

ତୁ ଋଷି ଗଲେ ଜହ୍ନ ଉଏଁନି

ଦେଖିଛି ଝିଅ ମୁଁ କେତେ ହଜାରେ

କାହିଁକି ଲାଗୁ ତୁ ଏତେ ଅଲଗାରେ ।


Post a Comment

0 Comments