"ଅଫେରା ଫଗୁଣ" ଓଡ଼ିଆ ବିରହ କବିତା by ପ୍ରକାଶ କୁମାର ରାଉତ

ତମେ ଗଲା ପରେ ଏଇ ଫଗୁଣଟା 
ଫେରି ସେ ଚାହିଁନି ମୋତେ
ବିରହ ରାତିରେ ତୁମରି ପ୍ରୀତିରେ 
କେତେ ଯେ କାନ୍ଦିଛି ସତେ।
ତମେ ରଜନୀର ଋତୁପର୍ଣ୍ଣା 
ତୁମ ହୃଦୟ ଠିକଣା ଜାଣିବା ମନା,
ଅଜଣା ରାଇଜେ ହଜିଗଲ ପ୍ରିୟା
ତୁମ ବିନା ରହି ପରେନା ।
ଥିଲ ମୋ ଅଲିଅଳି ରାଜଜେମା
ଏବେ ଆଉ କାହା ସୁନୟନା,
ଭୁଲି ପାର ମୋ ପ୍ରେମ କୁ ସିନା
ଅଧୁରା ଏ ଜୀବନ ତୋ ପ୍ରେମ ବିନା।

Post a Comment

0 Comments