ପ୍ରତୀକ୍ଷା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଏଇ ମନ ମୋର ମରୁ ଭୂମିଟିଏ 
ମେଘ ଟୋପା ଖୋଜୁଥାଏ, 
ତୋ ପ୍ରେମରେ ଭିଜିବାକୁ 
ଚାତକ ପରି ଚାହିଁଥାଏ ।
ତୁ ଧରା ଶ୍ରାବଣର ଗେଲ୍ଲେହି ବରଷା 
ଢାଳୁ ନାହୁଁ ଟିକେ ପ୍ରେମ
ତୋ ପ୍ରେମ ପାଇବାକୁ ଏଇ ହୃଦୟ ଚାହିଁଲାଣି ଜନ୍ମ ଜନ୍ମ। 
କୋଟିଏ କର୍ମର ଗୋଟିଏ ପୁଣ୍ୟ ତୁ 
କାହା ଭାଗ୍ୟ ହେବୁ ଉଭା 
ପାଇବାକୁ ତତେ ଏ ମନ ମନ୍ଦିରେ 
ପ୍ରଣତି ଜାଳେ ମୁଁ ସଦା ।

Post a Comment

0 Comments