କେତେ ମହାନ ଏ ମୋ ପ୍ରଦେଶ
ଉତ୍କଳ ନାମେ ଜାଣେ ସାରାଜଗତ।
ସମୃଦ୍ଧ ସଂସ୍କୃତି ସୁଶୀଳ ଭାଷା
ନିଆରା ପରମ୍ପରା ଲେଖେ ଚିରଗାଥା।
କୋଣାର୍କ ଅଟଇ ତାର କୀର୍ତ୍ତିର ବେଳା
ଚନ୍ଦ୍ରଭାଗା ମୁହାଣେ ହୋଇଛି ତୋଳା।
ଚାରିଧାମରୁ ଜଗନ୍ନାଥ ଧାମ
ଓଡ଼ିଶାର ପୁରୀରେ ବିରାଜମାନ।
ଭୁବନେଶ୍ୱର ଅଟେ ମନ୍ଦିରମାଳିନୀ
ବିଶ୍ଵଦରବାରେ ସୌନ୍ଦର୍ଯ୍ୟ ଭୂଷଣୀ।
ହିନ୍ଦୁ ମୁସଲିମ ପ୍ରବାହିତ ଏକ ସ୍ରୋତେ
ଭାତୃତ୍ବର ଭାବ ଏଠି ଫୁଟି ମହକେ।
ବରଷକୁ ଭେଳି ଭେଳି ପର୍ବର ଆସର

0 Comments