ସମ୍ପର୍କ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଆଜି କାହିଁ ଦୁନିଆଟା ଲାଗେ ସ୍ୱାର୍ଥପର
ଜାଣି ପାରେ ନାହିଁ......
କିଏ ଏଠି ନିଜର ଆଉ କିଏ ମୋ ପର।।
ଲାଗେ କେବେ ଇଏ ମୋ ହୃଦୟ ନିକଟତର
ପୁଣି କେବେ ଲାଗେ ଇଏ ବିଷଠୁ ପ୍ରଖର।।
ସମ୍ପର୍କର ମୂଲ୍ୟ ଏଠି କିଏ ବୁଝୁଛି
ମିଛ ମାୟା ମରୀଚିକା ପଛେ ଧାଇଁ ବୁଲୁଛି।
ଅଦିନ କୁହୁଡ଼ିରେ ଆଜି ସମ୍ପର୍କର ସଂଜ୍ଞା ହଜିଛି
ପଥହୀନ ମନୁଷ୍ୟ ବାଟବଣା ସାଜିଛି।।
ସ୍ବାର୍ଥ ବଳେ ସମ୍ପର୍କର ସେତୁ ଗଢି ଉଠୁଛି
ସ୍ଵାର୍ଥ ସମାପ୍ତେ ଭୂଷୁଡି ପଡ଼ୁଛି।।
ଜଲୁଥିବା କାଠ ବି ଏଠି ପ୍ରଶ୍ନ କରୁଛି
ଏ ସମ୍ପର୍କ କେତେ ଦିନରେ ମରୁଛି।।

Post a Comment

0 Comments