ପ୍ରେମର ଶେଷ ବିନ୍ଦୁ ନୁହେଁ ସିନ୍ଦୁର # ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ପ୍ରେମ ଏକ ଦିବ୍ୟ ସମ୍ପର୍କ
ବିବାହ ଯାର ପୁନଃଛେଦ ନୁହେଁ,
ପ୍ରେମ ତ ସ୍ମୃତି ଅମୃତ
ଯିଏ ଭିଜିବାକୁ ସାଥିଟିଏ ଖୋଜେ।
ପ୍ରେମ ତ ନିଆରା ଭାଷା
ବୁଝିବାକୁ ହୃଦୟଟେ ଲୋଡ଼େ,
ପ୍ରେମ ନୁହେଁ ଏକ ଆଶା
ଯିଏ ପାଇବାକୁ ସ୍ବପ୍ନ ଦେଖେ।
ବିବାହ ନୁହେଁ ପ୍ରେମର ଶେଷ ସୀମା
ପାଇବା ଉଦେଶ୍ୟ କେବେ ପ୍ରେମ ହୁଏନା,
ହୃଦୟରେ ଏକ ପ୍ରତିବିମ୍ବ ଗଢିବା
ପ୍ରେମର ଏକ ଧର୍ମ,
ଶଙ୍ଖା ସିନ୍ଦୁର କିଛି ଲୋଡ଼ା ନାହିଁ
ଇଏତ ଭଲ ପାଇବାର ଅନ୍ୟ ନାମ।
ପ୍ରେମର ଶେଷ ବିନ୍ଦୁ ନୁହେଁ ସିନ୍ଦୁର
ହୃଦୟେ ବଞ୍ଚିବାର ଇଏ ଏକ ମନ୍ଦିର।

Post a Comment

0 Comments