ଶ୍ରୀମୁଖ ରେ ଆଖି ମିଶାଇ ପାରେନି
ଅଭିସପ୍ତେ ଯାଏ ଝଡି
ଏ ଜୀବନେ ଯେତେ ପାପ କରିଅଛି
ପ୍ରଭୁ, ତୁମକୁ ପାରୁନି କହି।
ତୁମେ ଅନ୍ତର୍ଜାମୀ ତୁମେ ମହାଦାନୀ
ତୁମେ ତ କରୁଣା ସାଗର
ମୋ ପାପ ଦାରିଆରେ ଢାଳିଦିଏ
ଅମୃତର ମଧୁ ଝର।
କ୍ଷମାର ପ୍ରଦୀପ ହେ କଳା ସାଆନ୍ତ
କରିଦିଅ ଦୋଷ କ୍ଷମା
ତମରି ଚରଣେ ସମର୍ପିଲି ପ୍ରଭୁ,
ଏ ଜୀବନ କିଛି ନୁହେଁ ତୁମ ବିନା।
0 Comments