ମାତୃଭାଷା କହିବାରେ ଯା ମନେ ଦ୍ଵିଧା ଥାଇ
ସିଏ ଯଦି କାଲି ହାକିମ ହୋଇବ
ଲୋଡ଼ା ଅବା କାହା ପାଇଁ।।
ଲୋଡ଼ା ହୋଇପାରେ ବିଦେଶୀଙ୍କ ପାଇଁ
ଜାତି ପ୍ରାଣ ପାଇଁ ନୁହେଁ,
ମା'ର ମମତା ସିଏ କି ବୁଝିବ
ସିଏତ ବିଦେଶୀଟିଏ।।
ପର ପତ୍ନୀ ଯେତେ ସୁନ୍ଦର ହେଲେ ବି
ପର ସବୁବେଳେ ପର,
ନିଜ ସ୍ତ୍ରୀ କାଳି ହେଲେବି, ହୃଦୟ ତା ଶ୍ରୀମନ୍ଦିର।।
ମା'ର ଭାଷା କୁ ବୁଝିନି ଯିଏ,ସିଏ କି ଦରଜି ପୁଅ
ଏମିତି ଲକ୍ଷେ ପୁଅ ଥିଲେ, କି ଦୁଖଃ ଯିବ ଭଲା କୁହ?
ଜ୍ଞାନ ପ୍ରବାହିତ ତମ ଶିରା ପ୍ରସିରାରେ
ମନ ଦିଅ ଥରେ ଏ ମାତୃଭାଷାରେ,
ନବ ଅଶାର ସଂଚାର ଜାଗିବ ଓଡିଶା ପ୍ରଦେଶେ
ମାତୃଭାଷାରେ ଗର୍ବିତ ହେବା ସାରା ଜଗତେ।।

0 Comments