ସେହି ଅଚିହ୍ନା ମଣିଷଟିଏ
କହିଥିଲା କେଇ ପଦ କଥା
ଏବେବି ଭାବିଲେ,
ସେ ଭାଙ୍ଗେ ମୋ ନିରବତା
କି ସମ୍ପର୍କ ଅଛି ତାର ମୋର
ପାଉନି ଖୋଜି ମୁଁ ସେ ଉତ୍ତର
କାହିଁକି ଲାଗେ ଏତେ ନିଜର
ତା ଭାବନାରେ ମୁଁ ଉଜାଗର।
ଚିହ୍ନିନୀ ଅବା ଜାଣିନି ସତେ
ପ୍ରତି ପଲକରେ ସେ ଝଲସେ।
ଦେଖି ନାହିଁ କେବେ ପାଖରୁ ତାକୁ
ସ୍ମୃତି ତାର ନୀତି ଘାରୁଛି ମୋତେ।
0 Comments