ମନେ ପଡୁନି କି ମୁଁ ତୋର ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଦୁରେଇ ଯାଇଛି ପ୍ରିୟା ମୋର
ପଡୁନି କି ମନେ ମୁଁ ତାର
ସ୍ମୃତି ତାର ମୋତେ କରିଛି
ଭାବନାରେ ତାର ଉଜାଗର।

ହୃଦୟ ଖୋଜୁଛି ତା ପ୍ରେମ
ସେଇ ମିଠା ମିଠା ଅଭିମାନ
ରାଗ ମିଶା ହସ ଓଠେ ତାର
ପୁଣି କେବେ ଦେଖିବ ଆଖି ମୋର।

ପ୍ରେମ ଥିଲା ବୋଲି ତା ସହ
ହୃଦୟରେ ଆଜି ଅକମ୍ପ କୋହ
କହିବି କାହାକୁ ଶୁଣିବ କିଏ
ମନେ ମନେ ଯାହା ମୁଁ ମରୁଥାଏ।

ଦିନେ ସେ ଫେରିବ ଏ ଜୀବନେ
ସ୍ପନ୍ଦନ କହେ ମୋ କାନେ କାନେ
ପଲକ ଖୋଲିଲେ ଏ ଆଖିରେ
ତା ଛବି ନାଚୁଛି ଧୀରେ ଧୀରେ।

Post a Comment

0 Comments