ତମ କଥା ମନେ ପଡୁଛି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଉଦାସ ମନରେ ନିଆଁ ଲାଗିଯାଏ
ଯେବେ ତମ କଥା ପଡେ ମନେ...
ଗୋଧୂଳିର ଏଇ ଗୋଲାପି ବେଳାରେ
ସ୍ମୃତି ତମ ଖେଳେ ଚାରିଆଡେ ।।
ଦୂରରୁ ତମେ କିମିଆ କର
ଭାବନାରେ ତମ ମୋତେ ଭିଯାଅ...
ନିରୋଳାରେ ଶୁଭେ ତମ ଶବ୍ଦ ଗୁଂଞ୍ଜରଣ
ଏ ଛାତିରେ ଭରେ ପୁଲକିତ ଶିହରଣ ।।
ଶାମୁକା ଗର୍ଭରେ ମୁକ୍ତା ଅଛି ସିନା
ଦେଖି ନାହିଁ କେବେ ଥରେ...
ସପନରେ ତମେ ଆସ ସିନା
କେବେ ଦେଖି ନାହିଁ ବାସ୍ତବରେ ।।
ଜହ୍ନ ଉହାଡରେ ଲୁଚିଥାଅ ସିନା
ତାରାମାନଙ୍କର ଗହଳେ….
ପଲକେ ତମ ପ୍ରତିଛବି
ଭାସୁଥାଏ ପ୍ରତୀକ୍ଷଣେ ।।
ନିଶା ଅଛି ତମ ପ୍ରେମରେ
ମାଦକ ଠୁଁ  ବି ବେଶୀ...
ତୃଷ୍ଣା ଅଛି ତମ ପ୍ରେମର
ଟିକେ ମିଠା ଅନୁଭୂତି ।।


Post a Comment

0 Comments