"ଜୟ ତୁମେ ମହାନ ଆତ୍ମା"
ମନେପଡେ ଆଜି ସେହି ବୀର ପୁରୁଷଙ୍କ
ଅପୂର୍ବ ଗୌରବ ଗାଥା
କେତେ କରାବରଣ, କେତେ ଯନ୍ତ୍ରଣା ସହି
ଦେଇଥିଲେ ଚିର ପ୍ରତୀକ୍ଷିତ ସ୍ବାଧୀନତା।
ତାଙ୍କ ପ୍ରାଣ ପ୍ରତିଦାନେ ଦେଇଥିଲେ
ଆମକୁ ପରାଧୀନତାରୁ ମୁକ୍ତି
ତାଙ୍କ କ୍ଳେଶର ବହୁମୂଲ୍ୟେ
କରିଥିଲେ ଶାନ୍ତିର ଚୁକ୍ତି।
ଅହିଂସାକୁ ଅସ୍ତ୍ର କରି
କଲେ ରିପୁର ଶିର ଛେଦ
ବନ୍ଧୁକ ଗୁଳିକୁ ଖାତିରି ନକରି
ଦେଖିଇ ଦେଲେ ବୀରତ୍ବର ତେଜ।
ଚଖାଇ ଥିଲେ ସେ ସ୍ବାଧୀନତାର ସ୍ୱାଦ
ତଡିଥିଲେ ବିଦେଶୀଙ୍କୁ ଆଗ।
କାଳ କାଳ ଯଶ ରଖିବ ତମ ଭାରତ ମାତା
ଥର ଥର କହୁଥିବ
ଜୟ ତୁମେ ମହାନ ଆତ୍ମା।

0 Comments