--ନାରୀ--
ଶହନ ଶୀଳତାର ସୁଶୀଳ ବାର୍ତା
ଦେଇଥାଏ ଯିଏ କହି..... ସିଏ ନାରୀ
ପ୍ରେମ ଆଉ ଏକାଗ୍ରତା ହୃଦୟରେ 
ରଖିଥାଏ ଯିଏ ଭରି.....ସିଏ ନାରୀ।
ଆଖି ଲୁହ ଯାହାର ଓଠେ ଯାଏ ମରି
ଅନ୍ୟର ଦୁଃଖକୁ ନିଏ ଆଦରାଇ....
ହୃଦୟ ତାର କରୁଣା ସିନ୍ଧୁ
କେହି ମାପିି ନାହଁ ତା ଧର୍ଯ୍ୟର ବିନ୍ଦୁ।
ବାର୍ତ୍ସଲ୍ୟ ମମତା ଢାଳେ  ଜନନୀ ରୂପେ
ପ୍ରେମ ଅନୁରାଗ ବଳେ କେବେ କାହା ହୃଦୟ ଜିତେ।
ନମ୍ରତାର ଭାବ କହେ ଯାର ଦୁଇ ଆଖି
ଯାହା ପାଦ ସ୍ପର୍ଶେ ଗୃହେ ବିରାଜନ୍ତି
ସ୍ୱଂ ମା ଲକ୍ଷ୍ମୀ..... ସିଏ ନାରୀ।