ବୁଝିଲୁନି ମନ କଥା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ତୁଆବା ବୁଝିବୁ କେମିତି ଏ ଛାତିତଳ ବ୍ୟଥା
ମରି ମରି ବଞ୍ଚୁଛି ମୁଁ ଭାବି ତୋର କଥା
ତୁ ସିନା ଖେଳିଲୁ ଭାବନାରେ କପଟତା
ହେଲେ ଏ ଅଝଟ ମନ ଖୋଜେ ତୋର ମିଠା କଥା।
ଶୂନ୍ୟତାରେ ଆସେ ପୁଣି କେତେ କଥା ମନେ
ପଡୁନି କି ମୁଁ ଗୋଟେ ଦିନ ତୋର ମନେ।
ଛାଇ ହୋଇ ଥିଲୁ ମୋ ପ୍ରେମର ବାଟରେ
ହଜିଗଲୁ ଆଜି କେଉଁ ଅଜଣା ହାଟରେ।
ଝୁରିବି କେମିତି ତୁ ଅଛୁ ମୋ ହୃଦୟରେ
ମରିବି କେମିତି ତୁ ଥିଲେ ସାଥିରେ।


Post a Comment

0 Comments