ବୁଝିପାରିଲନି ମୋତେ ଓଡ଼ିଆ ବିରହ କବିତା by ପ୍ରକାଶ କୁମାର ରାଉତ

                         ହୃଦୟରୁ ତତେ ଭଲ ପାଉଥିଲି
                          ବୁଝି ପାରିଲୁନି ମୋତେ
                          ଶୁଣିଛି କାହାକୁ ପସନ୍ଦ କରି
                          ସଂସାର କଲୁ ତା ସାଥେ
                          ଏବେ ମୁଁ ଜାଣୁଛି ତୋ ଛାତି ଦରଜ
                          ଖୋଜୁଛୁ କୁଆଡେ ମୋତେ
                          ଜାଣି ପରିଲୁ ତୁ ପ୍ରେମରେ ମୋର
                          ସ୍ୱଚ୍ଛତା ଥିଲା କେତେ।


କେମିତି ଭାଂଗିଲା ହୃଦୟ କୁ ମୋର
 ଶବଦ ହେଲାନି ଜମା
ଏମିତି କଷ୍ଟ ଦେଲ ତମେ ପ୍ରିୟା
 ଦରଜ ଯାଉନି  ଜମା।
ମଲମ ଠିକଣା ନଦେଇ
ଦରଜ ଦେଇ ଚାଲିଗଲା
ଏମିତି କଷ୍ଟ ଦେଲ
ଅ ମନ ସବୁଦିନ କଲ ବଲ।

ହଜିଗଲୁ କୋଉ ଅଜଣା ରାଇଜେ
ଖୋଜି ମୁଁ ପାଉନି ତତେ
ମୋତେ ଛାଡ଼ି ଯଦି ରହି ପାରିଲୁ ତୁ
ମୁଁ କାହିଁ ଭୁଲି ପାରୁନି ତତେ।
ଭାବିଥିଲି ତୁ ନୁହେଁ ଅନ୍ୟପରି
ପ୍ରେମ ତୁ କରିବୁ ହୃଦୟ ଦେଇ
ଭାବନା ମୋ ଭୁଲ ଥିଲା
ତୋ ପ୍ରେମରେ ମୁଁ ଅନ୍ଧ ହୋଇଗଲି
ଡେଇଁଗଲି ନିଜ ସୀମା।
ନିଜ ଭିତରେ ମୁଁ ଖୋଜେ
ପାଉନି ହୃଦୟ ମୋର
ବଂଚିଛି ଅବା ମରି ଯାଇଛି 
କିଛି ଦେଉନି ସେ ପ୍ରତି ଉତ୍ତର।

ଶିଖାଇ ଦେଲୁ ତୁ ପ୍ରେମର ମାନେ
ଟିକେ ଖୁସି ବେଶୀ ଦୁଃଖ
ବୁଝାଇଦେଲୁ ତୁ ପ୍ରେମର ମନେ
ଜଳିବାର ଏକ ଅଭ୍ୟାସ।।
ପ୍ରେମର ଏଇ ଜ୍ବଳନ୍ତା ଯୁଈରେ
ଅଧା ପୋଡି ଚାଲି ଗଲୁ
ପ୍ରେମର ଏଇ ନିର୍ଜନ ଭୁଇଁରେ
ଏକା କରି ଚାଲିଗଲୁ।।
ଅନ୍ଧାକାର ତୋ ପ୍ରେମ ଥିଲା
ମୁଁ ଆଲୋକ ଚାହିଁଲି
ତୋ ନଦୀର ଗଭୀରତା ନଜାଣି
ପାଦ ଥୋଇ ଦେଲି........।।
ଭାବୁଛି ମୁଁ ଏକାଲୋ ବସି
କେମିତୁ ତୁ ଅଛୁଲୋ ଖୁସି
ଛାଡିବାର ଥିଲା ଯଦି 
କାହିଁ ଭଲ ପାଇଲୁ
ମାରିବାର ଥିଲା ଯଦି 
କାହିଁ ବିଷ ନଦେଲୁ।।

Post a Comment

0 Comments