ସୁନ୍ଦର ଏ ପୃଥୀବିଟା ନୂଆ ଲାଗିଲା
ଯେବେଠାରୁ ମୋ ଦୁନିଆ ବଦଳି ଗଲା
ହୃଦୟରେ ରହିଲା ମୋ ରାଜହଂଶସିନୀ
ମନର ମାନସୀ ସେତ ରୂପସୀ ଚାନ୍ଦିନୀ।
ସପନର ଋତୁ ଡାଳେ ବାନ୍ଧିଲା ସେ ବସା
ପ୍ରଥମ ପ୍ରେମର ନିଶା ଅକୁହା ସେ ଭାଷା
ସପନରେ ଆସେ ପୁଣି ନିଦ ଚୋରାଏ
ମିଠା ମିଠା କଥା କହି ମୋତେ ଭୁଲାଏ।
କଥା ତାର କୁଳୁ କୁଳୁ ଝରଣାର ପାଣି
ବହିଯାଏ ଏଠି ସେଠି ପାରେ ନାହିଁ ଜାଣି
ଜାଣିପାରିଲିନି କେବେ ରହିଲ ମୋ ହୃଦୟେ
ହୃଦୟରେ ନୁହେଁ ପ୍ରିୟା.......
ରହିଲ ମୋର ପ୍ରତି ସ୍ପନ୍ଦନରେ।

0 Comments