ଏ ରଂଗ ଲାଗିଲେ ସହଜେ ଲିଭେ ନାହିଁ
ପ୍ରେମ ଏକ ଶ୍ରାବଣ
ଯେତେ ଭିଜିଲେ ବି ମନ ଜଳେ ଜଣଙ୍କ ପାଇଁ
ପ୍ରେମ ଏକ ଦିଗ ହଜା ପକ୍ଷୀ
କେଉଁ ଦିଗରେ ଉଡ଼ିବ ନିଜେ ବି ଜାଣେନା
ପ୍ରେମ ଏକ ଅଲିଭା ଦୀପ
ସାଳିତା ପରି ଜଳି ଜଳି ମରିବା ପାଈଁ
ପ୍ରେମ ଏକ ଝରଣା ର ଧାରା
ଯାହା ଅବିରତ ବହୁଥାଏ
ପ୍ରେମ ଏକ ଅଭୂଲା ସ୍ବପ୍ନ
ଯାହା ହୃଦୟରେ ସ୍ମୃତି ହୋଇ ରହିଥିବ।

0 Comments