ପ୍ରୀତିର ପହିଲି ଆଷାଢ
ମନରେ ଜାଗିଲା ଶିହରଣ
ସ୍ମୃତିରେ ପଡିଯାଏ ଆଜି
ସେ ପିଲାଦିନ....
କେତେ ଖଟା ମିଠା
ସେ ପିଲାଦିନ
ଭାଵିଲେ ଲାଗୁଛି ଆଜି ସପନ
ଚାଲି ଚାଲି ସତେ ସ୍କୁଲ ଯାଉ
କେତେ ଥଟା ମଜା କରୁଥାଏ.....
ବରଷା ଆସିଲେ ହାତେ
ଛତା ନଥାଏ
ସାରୁ ପତର ମୁଣ୍ଡରେ ପଡେ.......
ସ୍କୁଲକୁ ଗଲେ ପୁଣି
ସାରଙ୍କ ଗାଳି
ଅମୃତ ସମାନ ଲାଗେ ଆହୁରି......
ଇଚ୍ଛା ହୁଏ ଆଜି ଫେରି ଯିବାକୁ
ଆଉ ଥରେ ସେହି ପିଲାଦିନ କୁ
କିଛି ସ୍ମୃତି ଆଉ ଅନୁଭୁତି ନେଇ
ଫେରି ଆସନ୍ତି ମୁଁ ସବୁ ଦିନକୁ......।

0 Comments