ଗୋଲାପର ପାଖୁଡ଼ାରେ
ଟୋପା ଟୋପା କାକରର ଛିଟା
ସେ ଛିଟାରେ ଆଙ୍କି ହୋଇଯାଏ ତୁମର ଛବିଟା
ଭାବନାରେ ହଜିଯାଏ ସପନ ସାଗରେ
ପ୍ରୀତିର ବନ୍ୟା ହୁଏ ମନ ମରୁଭୂମିରେ।।
ହୃଦୟର କାଗଜରେ ଲେଖିଛି ତୁମ ନାମ
ପ୍ରେମ ନିବେଦନର ଏ ଅପୂର୍ବ ମାଧ୍ୟମ।।
ସ୍ପନ୍ଦନର ଗତି ଚାଲେ ଧୀର ମନ୍ଥର
ତମକୁ ପଇବାକୁ ଏ ମନ ବ୍ୟାକୁଳ।।
ପାଇବାର ଇଚ୍ଛା ଏ ମନରେ ଜଗେ
ଯେବେ ଫଗୁଣର ସାତ ରଙ୍ଗ
ଏ ଦେହରେ ଲାଗେ......।।

0 Comments