ପୃଥିବୀ ପୃଷ୍ଠର ପ୍ରଥମ ଆଲୋକ
ଦେଖି ଅଛୁ ଯାହା ପାଇଁ
ମନର ଆବେଗ ନକହିବା ପୂର୍ବରୁ
ବୁଝିଥାଏ ଯିଏ ଯାଇଁ।
ପାଦରେ ମୋର କଣ୍ଟା ଫୁଟିଗଲେ
ଯାହା ଛାତିରୁ ଯାଏ ରକତ ଝରି
ବିନା ଦ୍ବିଧାରେ ସହିଥାଏ ସେ
ମୋ ପ୍ରତି ଅଳି ଅର୍ଦଳି।
ଈଶ୍ୱରଙ୍କର ଏ ବିଚିତ୍ର ଲୀଳା
ମା ରୂପେ ସେ ଦେଲେ ସହାରା
ଦେବତା ତୁଲ୍ୟ ହୃଦୟ ତାର
ସ୍ନେହ ସରାଗ ଭରା
ତାହାରି ବାଣୀ ଶକତି ମୋର
ବଞ୍ଚିବାର ସାହାରା

1 Comments
Mom as a spreds love of al Childe
ReplyDelete