ଈଶ୍ବରଙ୍କର ସୃଷ୍ଟିରେ ଏକ ମୂଲ୍ୟବାନ ଅବାଦନ
ବନ୍ଧୁତା ରୂପେ ସେ ଦେଲେ ଆମକୁ ଉପହାର
ବଂଧୁ ଟିଏ ସିନା ବୁଝି ପାରିଥାଏ
ଏକ କୋମଳ ହୃଦୟ ମନ
ଶୂନ୍ୟତାରେ ଭରିଦେଇଥାଏ
ଅସଂଖ୍ୟ ଖୁସିର ଫଗୁଣ.....।
ବିପଦବେଳେ ସେ ପାଖେ ରହିଥାଇ
ଦେଇଥାଏ ଆଶ୍ଵସନା
ଉତ୍ସାହିତ କରେ ପ୍ରତି ମୁହୁର୍ତ୍ତରେ
ପ୍ରଭାତ ରୁ ପ୍ରଦୋଷ ଯାଏଁ.....।
ଦିବାରୁ ରଜନୀ ରହିଥାଇ ପାଖେ ପାଖେ
ମନର ଅକୁହା ଅବୁଝା ବ୍ୟଥା କୁ
ଦୂର କରିଥାଏ ନିଜେ....।
ବନ୍ଧୁତା ପରି ପଵିତ୍ର ସମ୍ପର୍କ
ଦୁନିଆରେ ସତେ କାହିଁ
କୃଷ୍ଣ ଆଉ ସୁଦାମା ଙ୍କ ସମ୍ପର୍କ ଭଳି
ରହିଥିବା ଆମର ହୋଇ.......।


0 Comments