ଭୂଲି ପାରେନା ତତେ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଭୁଲିବାକୁ ଚାହଁଲେବି ବି ଭୁଲି ପାରେନା

ତାର ସେ ରୂପ ଛବି କୁ

ଅମାନିଆ ମନ ମୋର

ଦିଗ ହଜା ପକ୍ଷୀପରୀ

ଘୁରୁଥାଏ ପ୍ରତି ଦିଗକୁ।।

ପ୍ରତି ସ୍ପନ୍ଦନରେ ମନେ ପଡିଥାଏ

ତାର ମିଠା କଣ୍ଠ ସ୍ୱର

ତା ସ୍ୱରର ଯାଦୁରେ କଂପି ଉଠିଥାଏ

ହୃଦୟ ସାଗର ମୋର।।

ଲାଗୁଛି ଯେମିତି ସ୍ୱଚ୍ଛ ଆକାଶ ରେ

କଳା ବାଦଲ ଯାଇଛି ଢାଙ୍କି

ଏ ଜନମରେ ଆମ ମିଳନ

ସମ୍ଭବ ହୋଇବ ନାହଁ କି।।

ଆକାଶ ପୃଥିବୀ ସମ୍ପର୍କ ପାରି

କଣ ଆମ ପ୍ରେମ ମଉଳି ଯିବି

ନା ସନ୍ଧ୍ୟା ଆକାଶ ରେ ଚାନ୍ଦ ଟିଏ ହୋଇ

ମୋତି ପରି ଝଲସୁଥିବ।



Post a Comment

0 Comments