ଶିଖାଇ ଦେଲୁ ତୁ ପ୍ରେମର ମାନେ
ଟିକେ ଖୁସି ବେଶୀ ଦୁଃଖ
ବୁଝାଇଦେଲୁ ତୁ ପ୍ରେମର ମନେ
ଜଳିବାର ଏକ ଅଭ୍ୟାସ।।
ପ୍ରେମର ଏଇ ଜ୍ବଳନ୍ତା ଯୁଈରେ
ଅଧା ପୋଡି ଚାଲି ଗଲୁ
ପ୍ରେମର ଏଇ ନିର୍ଜନ ଭୁଇଁରେ
ଏକା କରି ଚାଲିଗଲୁ।।
ଅନ୍ଧାକାର ତୋ ପ୍ରେମ ଥିଲା
ମୁଁ ଆଲୋକ ଚାହିଁଲି
ତୋ ନଦୀର ଗଭୀରତା ନଜାଣି
ପାଦ ଥୋଇ ଦେଲି........।।
ଭାବୁଛି ମୁଁ ଏକାଲୋ ବସି
କେମିତୁ ତୁ ଅଛୁଲୋ ଖୁସି
ଛାଡିବାର ଥିଲା ଯଦି 
କାହିଁ ଭଲ ପାଇଲୁ
ମାରିବାର ଥିଲା ଯଦି 
କାହିଁ ବିଷ ନଦେଲୁ।।

-Prakash kumar Rout